ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମନପ୍ରୀତ ସଫଳତାର ଶ୍ରେୟ ନବୀନଙ୍କୁ ଦେବା ସହ ତାଙ୍କ ବିନା ଏହି ସ୍ୱପ୍ନ ସାକାର ହୋଇନଥାନ୍ତା ବୋଲି କହିଛନ୍ତି। ମନପ୍ରୀତ ଟ୍ୱିଟରରେ ଏକ ଭିଡିଓ ଜାରି କରି ଏହି ବାର୍ତ୍ତା ଦେଇଛନ୍ତି।