ନିଜ ରାଜ୍ୟର ଖେଳାଳିଙ୍କ ପାଇଁ ୧ କୋଟି ଟଙ୍କା ଘୋଷଣା କଲେ ପଞ୍ଜାବ ଓ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ: ପଞ୍ଜାବ ସରକାର ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମରେ ସାମିଲ ଥିବା ନିଜ ରାଜ୍ୟର ଖେଳାଳିଙ୍କ ଲାଗି ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏନେଇ ପଞ୍ଜାବ ଖେଳମନ୍ତ୍ରୀ ରାଣା ଗୁରମୀତ ସିଂହ ସୋଢ଼ୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। କ୍ୟାପଟେନ ମନପ୍ରୀତ ସିଂହଙ୍କ ସମେତ ପଞ୍ଜାବର ୮ଜଣ ଖେଳାଳି ଭାରତୀୟ ପୁରୁଷ ହକି ଟିମର ସଦସ୍ୟ ରହିଛନ୍ତି।

ଅନ୍ୟପଟେ ମଧ୍ୟପ୍ରଦେଶ ମଧ୍ୟ ନିଜ ରାଜ୍ୟର ଖେଳାଳିଙ୍କ ପାଇଁ ୧ କୋଟି ଟଙ୍କା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ମଧ୍ୟପ୍ରଦେଶର ହକି ଖେଳାଳି ବିବେକ ସାଗର ପ୍ରସାଦ ଓ ନୀଳକଣ୍ଠଙ୍କୁ ଟୋକିଓ ଅଲମ୍ପିକରେ ତାଙ୍କ ପ୍ରଦର୍ଶନ ପାଇଁ ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ।