ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ଦେହାନ୍ତ

  • ଭୁବନେଶ୍ୱର: ବଲାଙ୍ଗିରର ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ଦେହାନ୍ତ ହୋଇଛି। ପୂର୍ବତନ ସାଂସଦ, ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ହସ୍ପିଟାଲରେ ତାଙ୍କ ପୁଅ ବିଭୁଦତ୍ତ ମିଶ୍ର ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।