ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ବାତିଲ

  • ମୁମ୍ବାଇ: ଗତ କିଛିଦିନ ହେଲା ମୁମ୍ବାଇକୁ ଲାଗିଥିବା କେତେଗୁଡ଼ିଏ ଅଞ୍ଚଳ ଯଥା- ଥାନେ ଓ ପାଲ ଘର ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ମୂଷଳ ଧାରାରେ ବର୍ଷା ହେଉଛି। ଫଳରେ ଏହି ସବୁ ସ୍ଥାନ ଜଳମଗ୍ନ ହୋଇଛି। ଫଳସ୍ୱରୂପ ରେଳ ସେବା ସହିତ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଫଳରେ ୬ ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କୋନକୋନା ରେଲୱେ ପକ୍ଷରୁ କୁହାଯାଇଛି ଯେ, ୯ଟି ଟ୍ରେନ୍ରେ ପରିବର୍ତ୍ତନ କରାଯାଇଛି। ଏହି ସବୁ ଟ୍ରେନ୍ର ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଖାଦ୍ୟପାନୀୟ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛି ରେଳବାଇ।