ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଅବକାରୀ ବିଭାଗ ଆଜି ୨ଟି ପୃଥକ ସ୍ଥାନରେ ଚଢ଼ଉ କରି ୧୨ଶହ କେଜି ମହୁଲ ପୋଚ ନଷ୍ଟ କରିବା ସହ ୫୨ ଲିଟର ଦେଶୀ ମଦ ଜବତ କରି ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମହିଜୋର ଅଞ୍ଚଳର ଚମ୍ପତଲାଲ ଲୁହାର(୫୧) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ ଲଖନପୁର ଥାନା ଅର୍ନ୍ତଗତ ବିଛୁଆପଡ଼ାରେ ବେଆଇନ ଭାବେ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ବେଲପାହାଡ଼ ଅବକାରୀ ବିଭାଗ ଏବଂ ଜିଲ୍ଲା ଭ୍ରାମ୍ୟମାଣ ଥାନା ୟୁନିଟ ଝାରସୁଗୁଡ଼ା ପକ୍ଷରୁ ଅତର୍କିତ ଭାବରେ ଚଢ଼ଉ କରାଯାଇଥିଲା। ପରେ ସେଠାରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରି ମଦ ତିଆରି ପାଇଁ ବେଆଇନ ଭାବରେ ରଖାଯାଇଥିବା ମହୁଲ ପୋଚକୁ ନଷ୍ଟ କରାଯିବା ସହ ଦେଶୀ ମଦ ଜବତ କରାଯାଇଛି। ସେହିପରି ମୋହନପୁର ଅଞ୍ଚଳରେ ଚଢ଼ଉ କରି ୧୨ ଲିଟର ଦେଶୀ ରନ୍ଧା ମଦ ସହ ଚମ୍ପତଲାଲା ଲୁହୁରାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଅବକାରୀ ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପଲେଇଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ଇନ୍ସପେକ୍ଟର ବିନୟ ପ୍ରକାଶ ତିର୍କୀ, ଦେବେନ୍ଦ୍ରେ କୁମାର ପ୍ରହରାଜଙ୍କ ସମେତ ଅବକାରୀ ଦଳ ଉପସ୍ଥିତ ଥିଲେ।