କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଦ୍ୱାରା ଚଢ଼ଉ କରାଯାଇ ଦେଶୀ ରନ୍ଧା ମଦ ସହ ୨ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବାକରୀ ନିରୀକ୍ଷକ ତେଜରାଜ୍ ଜାନୀଙ୍କ ତତ୍ତ୍ୱାବଧାନରେ ଚଢ଼ଉ କରାଯାଇ ୨୭ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଅବକାରୀ ଟିମ୍ ସଦର ଅଂଚଳର ଅଲନାଗୁଡ଼ା ଗ୍ରାମରେ ଚଢ଼ଉ କରି କୋମୁଳୁ ଯାନୀ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ତା’ ନିକଟରୁ ୧୫ ଲିଟର ଏବଂ ଢେପଗୁଡ଼ାରେ କୈକେଇ ତନ୍ତୀଙ୍କ ଘରେ ଚଢ଼ଉ କରି ୧୨ ଲିଟର ରନ୍ଧା ଦେଶୀ ମଦ ଜବତ କରିଥିଲା। ଉଭୟଙ୍କ ବିରୁଦ୍ଧରେ ୨ଟି ମାମଲା ରୁଜୁ କରାଯାଇ ଜାମିନରେ ଚଢ଼ା ଯାଇଥିବା ଜଣାପଡ଼ିଛି। ଚଢ଼ଉରେ ଅବକାରୀ ଏଏସଆଇ ଅଲପଲୋକ ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ। ତେବେ ଏପରି ଚଢ଼ଉ ନିୟମିତ ଜାରି ରହିବ ବୋଲି ଇନ୍ସପେକ୍ଟର ଶ୍ରୀ ଯାନୀ ସୂଚନା ଦେଇଛନ୍ତି।