ଦେଶରେ ଟିକାକରଣ ୪୧ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ଟିକାକରଣ ଅଭିଯାନ ମାଧ୍ୟମରେ ୪୧ କୋଟି ୭୮ଲକ୍ଷ ୧୫୧ ଜଣଙ୍କୁ ଭ୍ୟାକ୍ସିନ ଡୋଜ୍ ଦିଆଯାଇଛି। ସେଥିମଧ୍ୟରୁ ୩୩କୋଟି ୨ଲକ୍ଷ ୫୯ହଜାର ୨୧୨ ଜଣଙ୍କୁ ପ୍ରଥମ ଡୋଜ୍ ଓ ୮କୋଟି ୭୫ଲକ୍ଷ ୯୧ହଜାର ୯୩୯ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଙ୍କୁ ବର୍ତ୍ତମାନ ସୁଦ୍ଧା ୪୩କୋଟି ୭୯ହଜାର ୭୮ହଜାର ୯୦୦ ଭ୍ୟାକ୍ସିନ ଡୋଜ ପ୍ରଦାନ କରିଛି। ଏଥିରେ ନଷ୍ଟ ହୋଇଥିବା ଭ୍ୟାକ୍ସିନ ମଧ୍ୟ ସାମିଲ ରହିଛି। ରାଜ୍ୟ ପାଖରେ ଏବେ ୩କୋଟି ୨୦ଲକ୍ଷ ୧ହଜାର ୪୯୦ ଭ୍ୟାକ୍ସିନ ମହଜୁଦ ରହିଛି।