ଦେବଗଡ଼,ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୮ଟି ଅକ୍ସିଜେନ କନସିନଟ୍ରେଟର ପ୍ରଦାନ କରାଯାଇଛି। ଫାଉଣ୍ଡେସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପଧ୍ୟାୟ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସ୍ୱାସ୍ଥ୍ୟ ପରିଚାଳକ ଉମେଶ ପ୍ରସାଦ ଷଢ଼ଙ୍ଗୀ, ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନର ଆଞ୍ଚଳିକ ପ୍ରୋଗାମ ମ୍ୟାନେଜର ବନଜ୍ୟୋତ୍ସ୍ନା ପ୍ରଧାନ ଓ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନର ପ୍ରୋଗାମ କୋର୍ଡିନେଟର ଶ୍ୟାମ ସୁନ୍ଦର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ଉପାନ୍ତ ଅଂଚଳର ରୋଗୀଙ୍କ ପାଇଁ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଥିବା ଅକ୍ସିଜେନ କନସିନଟ୍ରେଟର ସହାୟକ ହେବ ବୋଲି ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ। କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ସମସ୍ୟା ଅନେକ ସ୍ଥାନରେ ପରିଲକ୍ଷିତ ହୋଇଥିଲେ ହେଁ ତୃତୀୟ ଲହର ପୂର୍ବରୁ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନର ଏହି ପ୍ରୟାସ ବହୁ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଡା. ଶ୍ରୀ ଉପାଧ୍ୟାୟ ମତବ୍ୟକ୍ତ କରିଥିଲେ।