ଦିଲ୍ଲୀ ପୁଲିସକୁ ଆଲର୍ଟ: ଡ୍ରୋନ ସାହାଯ୍ୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୁଲିସକୁ ଭାରତୀୟ ସୁରକ୍ଷା ଏଜେନ୍ସି ହାଇଆଲର୍ଟ ଜାରି କରିଛି। ଏଜେନ୍ସିକୁ ମିଳିଥିବା ଗୁପ୍ତ ତଥ୍ୟ ଅନୁଯାୟୀ, ଅଗଷ୍ଟ ୫ ତାରିଖ ଅର୍ଥାତ୍ ଯେଉଁଦିନ ଜମ୍ମୁ-କଶ୍ମୀରରୁ ୩୭୦ ହଟିଥିଲା ସେହିଦିନ ଆତଙ୍କବାଦୀମାନେ ଡ୍ରୋନ ଦ୍ୱାରା ଦିଲ୍ଲୀ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେଥିପାଇଁ ଏଜେନ୍ସି ଦିଲ୍ଲୀକୁ ସତର୍କ କରିଛି।

ଏଜେନ୍ସି ପକ୍ଷରୁ ସତର୍କ ସୂଚନା ମିଳିବା ପରେ ଏଥିରୁ ବର୍ତ୍ତିବା ପାଇଁ ଦିଲ୍ଲୀ ପୁଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଡ୍ରୋନ ଆକ୍ରମଣରୁ ବଂଚିବା ପାଇଁ ଦିଲ୍ଲୀ ପୁଲିସ ସମେତ ଅନ୍ୟ ରାଜ୍ୟର ପୁଲିସଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଇଛି।

ସୂଚନାଯୋଗ୍ୟ, ସ୍ୱାଧୀନତା ଦିବସ ପ୍ରସ୍ତୁତିକୁ କଡ଼ାକଡ଼ି କରିବା ପାଇଁ ନିକଟରେ କୌଣସି ପ୍ରକାର ଫ୍ଲାଇଙ୍ଗ ଅବଜେକ୍ଟ ଉଡ଼ାଇବା ଉପରେ ଦିଲ୍ଲୀ ପୁଲିସ ପ୍ରତିବନ୍ଧକ ଲଗାଇଛି। ଅସାମାଜିକ ତତ୍ୱ ଓ ଆତଙ୍କବାଦୀଙ୍କୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଏପରି ନିଷ୍ପତ୍ତି ନେଇଛି।