ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ

  • ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଯଶପାଲ ଶର୍ମା (୬୬)ଙ୍କର ଆଜି ହୃଦଘାତରେ ପରଲୋକ ହୋଇଛି। ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ କ୍ରିକେଟ ଦଳର ସଦସ୍ୟଭାବେ ସେ ଜଣାଶୁଣା ଥିଲେ। ଉକ୍ତ ବିଶ୍ୱକପର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଉପଯୋଗୀ ଇନିଂସ ଖେଳି ଦଳକୁ ଚାମ୍ପିଅନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେମିଫାଇନାଲ ମ୍ୟାଚରେ ସେ ଇଂଲଣ୍ଡ ବିରୋଧରେ ୬୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ।
    ସେ ଭାରତ ପାଇଁ ୪୨ଟି ଟେଷ୍ଟ ଓ ୩୭ଟି ଦିନିକିଆ ଖେଳିଥିଲେ। ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂର ଜଣେ ନିୟମିତ ସଦସ୍ୟ ଥିଲେ। ୨୦୦୮ରେ ତାଙ୍କୁ ଜାତୀୟ ଦଳର ଚୟନକର୍ତ୍ତା ନିଯୁକ୍ତ କରାଯାଇଥିଲା। ସେ ମଧ୍ୟ ଜଣେ ଲୋକପ୍ରିୟ ଭାଷ୍ୟକାର ଭାବେ ଜଣାଶୁଣା ଥିଲେ। ତାଙ୍କ ପରଲୋକରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଶୋକ ପ୍ରକାଶ କରିଛନ୍ତି।