ଯୋଗୀଙ୍କ କୋଭିଡ ପରିଚାଳନାକୁ ଅଷ୍ଟ୍ରେଲିଆ ସାଂସଦଙ୍କ ପ୍ରଶଂସା

  • ନୂଆଦିଲ୍ଲୀ: କୋଭିଡ ମହାମାରୀକୁ ଆୟତ୍ତ କରି ସବୁଠି ଚର୍ଚ୍ଚାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ସିଏମ ଯୋଗୀଙ୍କର ପ୍ରଶଂସା ହେଉଛି। ଅଷ୍ଟ୍ରେଲିଆ ସାଂସଦ କ୍ରେଗ କେଲୀ ଯୋଗୀଙ୍କ କୋଭିଡ ମ୍ୟାନେଜମଣ୍ଟକୁ ନେଇ ଖୁବ ପ୍ରଶଂସା କରିଛନ୍ତି। ଧାର୍ରେ ସିଏମ ଯୋଗୀ ମିଳିପାରିବକି ବୋଲି ମଧ୍ୟ ସେ ଟ୍ୱିଟ୍ ଯୋଗେ ପଚାରିଛନ୍ତି।
    ଜୁଲାଇ ୧୦ ତାରିଖରେ କ୍ରେଗ୍ କେଲି ତାଙ୍କ ଅଫିସିଆଲ ଟ୍ୱିଟରରୁ ଟ୍ୱିଟ୍ କରି କହିଛନ୍ତି ଯେ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାର୍ରେ ମିଳିପାରିବେ କି। ସେ ଆମକୁ ଆଇଭରମେକ୍ଟିନ୍ ସମସ୍ୟାରୁ ମୁକୁଳାଇ ପାରିବେ ବୋଲି ଟ୍ୱିଟ୍ କରିଛନ୍ତି। ଅଷ୍ଟ୍ରେଲିଆ ସାଂସଦଙ୍କର ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
    ୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହୋବକୁ ଯାଉଛି। ଏହା ପୂର୍ବରୁ ସାରା ଦେଶରେ ଯୋଗୀ ମଡେଲକୁ ନେଇ ପ୍ରଶଂସା କରାଯାଉଛି। ଠିକ ଏହି ସମୟରେ ଏହି ଟ୍ୱିଟ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।