ପୁରୀ,ଏନ୍ଏନ୍ଏସ୍: ଯଥାରୀତି ଚାଲୁଛି ରଥଯାତ୍ରା। ତିନି ରଥରେ ମହାପ୍ରଭୁ ବିଜେ କରିବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଜର ଅନୁଗାମୀଙ୍କ ସହିତ ରଥର ପ୍ରଦିକ୍ଷଣ କରିଛନ୍ତି। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ସକଳୁ ବଡଠାକୁରଙ୍କର ନୀତିକାନ୍ତି ସରିବା ପରେ ପ୍ରଥମେ ସୁଦର୍ଶନ ରଥାରୂଢ଼ ହୋଇଥିଲେ।
ଏହା ପରେ ବଡଠାକୁର ବଳଦେବ ଏବଂ ମାତା ଜଗତଜନନୀ ସୁଭଦ୍ରା ରଥାରୂଢ଼ ହୋଇଥିଲେ। ଶେଷରେ ଜଗତରନାଥ ଜଗନ୍ନାଥ ଆସି ରଥରେ ବିଜେ ହୋଇଥିଲେ। କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଚାଲିଛି ରଥଯାତ୍ରା। ଚାଲୁ ରହିଥିବା ବେଳେ ପ୍ରଭୁଙ୍କର ଟିକିଏ ଝଲକ ଦେଖିବା ପାଇଁ ରାଜ୍ୟ ସରକାର ଦୂରଦର୍ଶନ ସାହାଯ୍ୟରେ ରଥଯାତ୍ରାର ସିଧାପ୍ରସାରଣ କରୁଛନ୍ତି।