ରାଜ୍ୟରେ ଦିନକରେ ଆଉ ୬୩ ଜୀବନ ନେଲା ମହାମାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଖସୁଛି ସଂକ୍ରମଣ ବଢୁଛି ମୃତ୍ୟୁସଂଖ୍ୟା। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୩ ଜଣଙ୍କ ଜୀବନ ନେଇଛି ମହାମାରୀ। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୬୬୨କୁ ବୃଦ୍ଧି ହୋଇଛି।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୁଳ, ବଲାଙ୍ଗିର, ଗଜପତି, କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ୱରରୁ ୨ ଜଣ, ବରଗଡରୁ ୭ ଜଣ, ଭୁବନେଶ୍ୱରରୁ ୯ ଜଣ, ବୌଦ୍ଧରୁ ୩ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେନ୍ଦ୍ରାପଡାରୁ ୪ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ୬ ଜଣ, ନୟାଗଡରୁ ୩ ଜଣ, ପୁରୀରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି।