ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ

ପୁରୀ,ଏନ୍ଏନ୍ଏସ୍: ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ହେବାକୁ ଯାଉଛି ଲେଜର ସ୍କାନିଂ। ରଥ ଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହର ମରାମତି ହେବା ନେଇ ପୂର୍ବରୁ ନିଷ୍ପତି ହୋଇଥିବା ବେଳେ ବର୍ତ୍ତମାନ ଲେଜର ସ୍କାନିଂ ଜରିଆରେ ଶ୍ରୀମନ୍ଦିରରେ ଥିବା ଫାଟ ଚିହ୍ନଟ କରାଯାଇ ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ଏଏସଆଇର ସ୍ୱତନ୍ତ୍ର ଟିମର ତତ୍ତ୍ୱାବଧାନରେ ଲେଜର ସ୍କାନିଂ କରାଯିବ। ଗର୍ଭଗୃହ ଠାରୁ ନେଇ ଭୋଗ ମଣ୍ଡପ, ନାଟ ମଣ୍ଡପ, ଜଗମୋହନ ଓ ଅନ୍ୟାନ୍ୟ ସ୍ଥାନର ମଧ୍ୟ ମରାମତି କାର୍ଯ୍ୟ କରାଯିବ।

ଲେଜର ସ୍କାନିଂ ପରେ ଯେଉଁ ଯେଉଁ ସ୍ଥାନରେ ଫାଟର ସନ୍ଧାନ ମିଳିବ ସେହି ସ୍ଥାନ ଗୁଡିକର ମରାମତି କାର୍ଯ୍ୟ କରାଯିବ। ଏହା ସହିତ ରତ୍ନ ସିଂହାସନର ମଧ୍ୟ ସ୍ଥିତି ପରଖାଯିବ। ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ର ଓ ବାହୁଡାଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ କରିବାକୁ ଏବେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛନ୍ତି।