ଜୁଆ ଆଡ୍ଡାରେ ଚଢ଼ଉ, ୫ ଗିରଫ

  • ମାଲକାନଗିରି, ଏନଏନଏସ: ମାଲକାନଗିରି ଥାନା ପ୍ରଧାନୀଗୁଡା ଗ୍ରାମରେ ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କଠାରୁ ୫ଟି ବାଇକ, ୨୫ ହଜାର ଟଙ୍କା ଓ ତାସ ଜବତ କରିଛି। ମଙ୍ଗଳବାର ରାତିରେ ମାଲକାନଗିରି ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ମାଲକାନଗିରି ଚାଲାଣଗୁଡା ରାସ୍ତା ପ୍ରଧାନୀଗୁଡା ଗ୍ରାମର ଚାଲିଥିବା ଜୁଆଖେଳ ଉପରେ ଚଢ଼ଉ କରିଥିଲା। ଗିରଫ ଜୁଆଡିମାନେ ମାଲାକାନଗିରି ସହରର ବୋଲି ଜଣାପଡିଛି।