ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

  • ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ ଖୋଲିବ ଅଗ୍ନିଶମ ସେବାକେନ୍ଦ୍ର। ମଙ୍ଗଳବାର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରି ଦେଇଛନ୍ତି। ଅଗ୍ନିଶମ ସେବାକେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ୧୦ ଜଣ କର୍ମଚାରୀ ରହିବାର ବ୍ୟବସ୍ଥା ରହିଛି। ଏଥିପାଇଁ ରାଜ୍ୟ ସରକାର ୧୦ଟି ନୂତନ ପଦବୀ ସୃଷ୍ଟି କରିଥିବା କୁହାଯାଉଛି। ଅଗ୍ନିଶମ ସେବାକେନ୍ଦ୍ର ଖୋଲିବା ଦ୍ୱାରା ଏମ୍ସ ପରି ଏକ ସର୍ବଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏସସିବି ମେଡିକାଲ, ଏମକେସିଜି ମେଡିକାଲ, ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ କେନ୍ଦ୍ର ରହିଛି। ସାରା ରାଜ୍ୟରେ ୩୩୮ଟି ଅଗ୍ନିଶମ ସେବାକେନ୍ଦ୍ର ଲୋକଙ୍କୁ ସେବା ଯୋଗାଉଛି।