- ନୂଆଦିଲ୍ଲୀ: ଶେଷରେ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ଜେଇଇ ମେନ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଏପ୍ରିଲ୍ ଓ ମେ’ ମାସରେ ସ୍ଥଗିତ ହୋଇଥିବା ଜେଇିଇ ମେନ୍ ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। ଏ ନେଇ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶ ଘୋଷଣା କରିଛନ୍ତି। ଜେଇଇ ମେନ୍ ପରୀକ୍ଷାର ତୃତୀୟ ସେସନ୍ ଜୁଲାଇ ୨୦ରୁ ୨୫ ତାରିଖ ଏବଂ ଚତୁର୍ଥ ସେସନ୍ ଜୁଲାଇ ୨୭ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କରୋନା ଯୋଗୁ ଯେଉଁ ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରେସନ୍ କରିପାରିନଥିଲେ। ସେମାନେ ପୁଣି ଥରେ ଆବେଦନ କରିପାରିବେ।