ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଜୟଦେବ ବିହାର ଛକରେ ଏକ ପିକଅପ୍ ଭ୍ୟାନ୍ ଜଳିଯାଇଛି। ଗାଡ଼ିଟି କୋରିଅର ସାମଗ୍ରୀ ନେଇ ପଟିଆରୁ ନୟାପଲ୍ଲୀ ଯାଉଥିବାବେଳେ ହଠାତ୍ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ନିଆଁ ଲାଗିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।