ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡକୁ ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନ ପକ୍ଷରୁ ଆର୍ଥିକ ସହାୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ବିଦେଶରେ ରହୁଥିବା ଓଡ଼ିଆ ଲୋକେ ଓଡ଼ିଶାବାସୀଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ଼-୧୯କୁ ୩ଲକ୍ଷ ୮୨ହଜାର ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଛି। ଏହି ଡ୍ରାଫ୍ଟ ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନର ସମ୍ପାଦକ ସମ୍ପଦ କୁମାର ବଳ, ହିମାଂଶୁ ବଳ ଓ ସଞ୍ଜିତ ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ। କରୋନା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ଶ୍ରୀ ସମ୍ପଦ କୁମାର ବଳଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।