ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ଗତ ୩ ଜଣ ନକଲି ଡାକ୍ତର ପୁଲିସ ଦ୍ୱାରା ଗିରଫ। କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ.ଭି-୭୩ ଗ୍ରାମର ପରେଶ ବାବାଲି, ଏମ.ପି.ଭି-୧୪ ଗ୍ରାମର ଶଶାଙ୍କ ପାଇକ ଓ ଏମ.ପି.ଭି-୧୧ ଗ୍ରାମର ସଚିନ ପରମାଣିକ କୌଣସି ଡାକ୍ତରୀ ପାଠ ପଢ଼ିନଥିବା ବେଳେ କୌଣସି ପ୍ରମାଣପତ୍ର ମଧ୍ୟ ହାସଲ କରିନାହାନ୍ତି। ତେବେ ଏମାନେ ବହୁ ଦିନ ଧରି ଗ୍ରାମାଞ୍ଚଳରେ ଡାକ୍ତର ବୋଲି ପରିଚୟ ଦେଇ ବହୁ ରୋଗୀଙ୍କୁ ଚିକିତ୍ସା କରି ଅର୍ଥ ଲୁଟ କରୁଥିଲେ।
ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ କାଲିମେଳା ଥାନା ପୁଲିସ ନିଜପକ୍ଷରୁ କେସ ନମ୍ବର ୧୩୪ରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ଗତକାଲି ମଧ୍ୟରାତ୍ରିରେ ଉକ୍ତ ଗ୍ରାମଗୁଡ଼ିକରେ ପୁଲିସ ଚଢ଼ଉ କରି ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ଔଷଧ ଜବତ କରିଛି। ଆଜି ଗିରଫ ୩ ଜଣ ନକଲି ଡାକ୍ତରଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା କାଲିମେଳା ଥାନା ଭାରପ୍ରାପ୍ତ ନିରୀକ୍ଷକ ଜଗଦୀଶ ବାରା ପ୍ରକାଶ କରିଛନ୍ତି।