ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦରେ ‘ହମ୍’ ସାମାଜିକ ସଂଗଠନ ପକ୍ଷରୁ ଆଜିଠୁ ସାନିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ୱାର୍ଡ ନମ୍ବର ୮ ଝରିଆନାଲରୁ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିବାବେଳେ ଝାରସୁଗୁଡ଼ା ପୌରପରିଷଦର ସହାୟତାରେ ଆଗାମୀ ଦିନରେ ଝାରସୁଗୁଡ଼ା ପୌରାଞ୍ଚଳର ପ୍ରତ୍ୟେକ ସ୍ଥାନକୁ ମଧ୍ୟ ସାନିଟାଇଜ କରାଯିବ। ଆଜିର କାର୍ଯ୍ୟକ୍ରମକୁ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ଟ୍ରଷ୍ଟି ଦୀପାଳି ଦାସ ଉଦଘାଟନ କରିଛନ୍ତି। କରୋନାକୁ ପ୍ରତିହତ କରିବା ପାଇଁ ସବୁବେଳେ ମାସ୍କର ବ୍ୟବହାର ଏବଂ ସାନିଟାଇଜେସନ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରମତୀ ଦାସ କହିଛନ୍ତି। ଏହି ଅବସରରେ ତାପସରାୟ ଚୌଧୁରୀ, ରଘୁମଣି ପଟେଲ, ସନ୍ଦୀପ ଅବସ୍ତି, ହରିଶ ଗଣତ୍ରା, ପି ରାମମୋହନ ରାଓ, ପ୍ରତାପ ନନ୍ଦ, ପ୍ରଶାନ୍ତ ଜେନା ଓ ପବନ ସୁଲତାନିଆ ପ୍ରମୁଖ ଉପସ୍ଥିତ ଥିଲେ।