କାଲିଠୁ ୩ ଦିନିଆ ଲେହ-ଲଦାଖ ଗସ୍ତ କରିବେ ରାଜନାଥ ସିଂହ

ନୂଆଦିଲ୍ଲୀ: ନୌସେନାର ପ୍ରସ୍ତୁତିକୁ ତଦାରଖ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ଦିନ ପାଇଁ ଲେହ-ଲଦାଖ ଗସ୍ତ କରିବେ। ଏହି ସମୟରେ ବୀଆରଔ ସଡ଼କ ଓ ବ୍ରିଜର ଉଦଘାଟନ କରିବେ। ବାୟୁସେନାର ଅପରସେନ ସମ୍ବନ୍ଧୀୟ ପ୍ରସ୍ତୁତିକୁ ସମୀକ୍ଷା କରିବେ। ଏଥିସହିତ ଏଲଏସିରେ ସେନାର ପ୍ରସ୍ତୁତିକୁ ମଧ୍ୟ ତଦାରଖ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଜନାଥ ସିଂହ ଲେହ-ଲଦାଖ ଗସ୍ତ ସମୟରେ ସେନାର ୧୪ତମ କୋରର ମୁଖ୍ୟାଳୟ ଗସ୍ତ କରି ସ୍ଥାନୀୟ କମାଣ୍ଡରଙ୍କଠାରୁ ଏଲଏସି ସମ୍ବନ୍ଧରେ ତାଜା ସୂଚନା ନେବେ।  ପୂର୍ବ ଲଦାଖରୁ ସଟୀ ଏଲଏସୀରେ ଚୀନର ତନାଘନା ଜାରି ରହିଥିବାରୁ ସୈନିକଙ୍କୁ ମଧ୍ୟ ଭେଟିପାରନ୍ତି। ସେଥିପାଇଁ ବାୟୁସେନା ମଧ୍ୟ ଲଦାଖରେ ସଜାଗ ରହିଛି।