- ଭୁବନେଶ୍ୱର: ଇଣ୍ଡିଆନ ସ୍ମାର୍ଟସିଟି (ଆଇଏସିସି) ପ୍ରତିଯୋଗିତାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପୁରସ୍କୃତ ହୋଇଛି। ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଦେଶର ୧୦୦ଟି ସହର ଭାଗ ନେଇଥିଲେ। ତିରୁପତି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ରେସରେ ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକର ତୁମାକୁରୁ ସହର। ଏଥିସହ ଭୁବନେଶ୍ୱର ସ୍ମାର୍ଟସିଟି ଲମିଟେଡର ୨ଟି ପ୍ରୋଜେକ୍ଟକୁ ପ୍ରଶଂସା କରାଯାଇଛି। ଜନକଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱର ସ୍ମାର୍ଟସିଟିଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।