୩,୬୪୪ କରୋନା ରୋଗୀ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ ୫୦୨

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୬୪୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୮ଲକ୍ଷ ୬୦ହଜାର ୧୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୦୨, କଟକରୁ ୪୧୯, ଯାଜପୁରରୁ ୩୨୨, ବାଲେଶ୍ୱରରୁ ୨୯୪, ପୁରୀରୁ ୧୯୩, ଭଦ୍ରକରୁ ୧୭୯, ଅନୁଗୁଳରୁ ୧୬୫, କେନ୍ଦ୍ରାପଡ଼ାରୁ ୧୪୫, ଜଗତସିଂହପୁରରୁ ୧୧୮, ନୟାଗଡ଼ରୁ ୧୧୨, ରାୟଗଡ଼ାରୁ ୧୧୧, ମୟୁରଭଞ୍ଜରୁ ୧୧୦, ନବରଙ୍ଗପୁରରୁ ୯୯ ଓ ଷ୍ଟେଟପୋଲରୁ ୮୨ଜଣ ରହିଛନ୍ତି। ସେହିପରି ବରଗଡ଼ରୁ ୮୧, ଢେଙ୍କାନାଳରୁ ୭୫, ସୁନ୍ଦରଗଡ଼ରୁ ୭୪, କେଉଁଝରରୁ ୬୬, କୋରାପୁଟରୁ ୬୨, ମାଲକାନଗିରିରୁ ୫୧, କନ୍ଧମାଳରୁ ୪୯, ବୌଦ୍ଧ ଓ ସମ୍ବଲପୁରରୁ ୪୫ ଲେଖାଏଁ, ସୋନପୁରରୁ ୪୩, କଳାହାଣ୍ଡିରୁ ୩୫, ବଲାଙ୍ଗିରରୁ ୩୪, ନୂଆପଡ଼ାରୁ ୩୩, ଦେଓଗଡ଼ରୁ ୩୦, ଗଞ୍ଜାମରୁ ୨୭, ଗଜପତିରୁ ୨୩ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨୦ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୯୩ହଜାର ୫୦୮ ହୋଇଥିବାବେଳେ ୮ଲକ୍ଷ ୬୦ହଜାର ୧୪୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୮୦୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୯ହଜାର ୫୬୫ଜଣ ଚିକିତ୍ସିତ ହେଉଛନ୍ତି।