ଜିଲ୍ଲାପାଳଙ୍କ ବୈପାରିଗୁଡ଼ା ବ୍ଲକ୍ ଗସ୍ତ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର୍ ବୈପାରିଗୁଡ଼ା ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୟରେ ଜିଲ୍ଲାପାଳ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣଧୀନ ସ୍ମାର୍ଟ କ୍ଲାସରୁମ୍ କାର୍ଯ୍ୟ ତଦାରଖ କରିଥିଲେ। ଏହାସହ ପ୍ରଧାନ ଶିକ୍ଷୟତ୍ରୀ ମମତା ସଏଙ୍କ ସହ ଶିକ୍ଷାଦାନ ଓ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଆବଶ୍ୟକ ଅନୁଯାୟୀ ବିଦ୍ୟାଳୟର ସବୁ ଉନ୍ନୟନ କାର୍ଯ୍ୟ କରିବାକୁ ବିଡିଓ ଅଭିମନ୍ୟୁ କବି ଶତପଥୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଜିଲ୍ଲାପାଳ ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରିବା ସହ ବ୍ଲକରେ ସମୀକ୍ଷା ବୈଠକ କରି ଫେରି ଆସିଥିଲେ।