ଅଭିନେତ୍ରୀ ପାୟେଲ ରୋହତଗୀ ଗିରଫ

ଅହମ୍ମଦାବାଦ: ଅଭିନେତ୍ରୀ ପାୟେଲ ରୋହତଗୀଙ୍କୁ ଅହମ୍ମଦାବାଦ ପୁଲିସ ଗିରଫ କରିଛି। ପାୟେଲଙ୍କ ଉପରେ ସୋସାଇଟି ଚେୟାମ୍ୟାନଙ୍କୁ ଗାଳିଗୁଳଜ କରିଥିବା ଆରୋପ ଲାଗିଛି। ଚେୟାରମ୍ୟାନଙ୍କ ସହ ପାୟେଲଙ୍କର ଦୀର୍ଘ ଦିନରୁ ଝଗଡ଼ା ଲାଗି ରହିଥିଲା। ଏହି ସୋସାଇଟିରେ ୪-୫ ବର୍ଷ ପୂର୍ବେ ପାୟେଲଙ୍କ ପିତା ଘର କିଣିଥିଲେ।

ସୂଚନାଯୋଗ୍ୟ, ପାୟେଲ ସୋସାଇଟିର ସଦସ୍ୟ ନହେବା ସତ୍ୱେ ଜୁନ ୨୦ରେ ଏହାର ବାର୍ଷିକ ସାଧାରଣ ବୈଠକକୁ ଯାଇଥିଲେ। ସେଠାରେ ତାଙ୍କୁ କହିବାର ସୁଯୋଗ ଦିଆନଯିବାରୁ ସେ ଗାଳିଗୁଳଜ ସହ ଝଗଡ଼ା କରିଥିଲେ। ଏଥିସହିତ ଚେୟାରମ୍ୟାନଙ୍କୁ ଜୀବନରୁ ମାରିଦେବା ଧମକର ଅଭିଯୋଗ ମଧ୍ୟ ପାୟେଲଙ୍କ ଉପରେ ଲାଗିଛି।