ନୂଆଦିଲ୍ଲୀ: ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିରୋଧାଭାସ ଜାରି ରହିଛି। ଇତିମଧ୍ୟରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ କରାଯାଇଛି। ୟୁଏସ୍ କପିରାଇଟ ଉଲ୍ଲଂଘନ ନେଇ ଆକାଉଣ୍ଟ ବ୍ଲକ୍ କରିଥିବା ଟ୍ୱିଟର କହିଛି। ପ୍ରାୟ ୧ ଘଣ୍ଟା ବ୍ଲକ୍ ପରେ ଆକାଉଣ୍ଟ ଖୋଲିଥିବା ନେଇ ନିଜେ ରବିଶଙ୍କର ସୂଚନା ପ୍ରଦାନ କରିଛନ୍ତି। ବିନା ନୋଟିସରେ ଏଭଳି ବ୍ଲକ କରାଯିବା ଆଇନ ଉଲ୍ଲଂଘନ ବୋଲି ରବିଶଙ୍କର କହିଛନ୍ତି।