ଛାତ୍ରଛାତ୍ରୀଙ୍କ ସହ କଥା ହେବେ ନିଶଙ୍କ

ନୂଆଦିଲ୍ଲୀ,ଏଜେନ୍ସି: ସିବିଏସଇ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟାକୁ ନେଇ ଥିବା ଉଦବେଗ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ। ଅପରାହ୍ଣ ୪ଟା ବେଳେ ସବିଏସଇ ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ବୋଲି ନିଶଙ୍କ ଟୁଇଟ କରି ସୂଚନା ଦେଇଛନ୍ତି। ଯଦି କୌଣସି ପ୍ରଶ୍ନ ବା ପରାମର୍ଶ ଥାଏ ତେବେ ଆଜି ଅପରାହ୍ଣ ସୁଦ୍ଧା ଟୁଇଟର ଓ ଫେସବୁକ ମାଧ୍ୟମରେ ପ୍ରଶ୍ନ କରିବାକୁ ସେ ପିଲାମାନଙ୍କୁ କହିଛନ୍ତି।

ସମସ୍ତ ରାଜ୍ୟ ବୋର୍ଡ ପାଇଁ ଏକକ ମୂଲ୍ୟାୟନ ପ୍ରକ୍ରିୟା ଆପଣା ଯାଇପାରିବ ନାହିଁ ବୋଲି ଗତକାଲି ସୁପ୍ରିମକୋଟ କହିବା ପରେ ନିଶଙ୍କଙ୍କ ଏହି ଆଲୋଚନା ଅନେକ ଗୁରୁତ୍ୱ ବହନ କରୁଛି।