ତୃତୀୟ ଲହର ଆସିବା ଆଗରୁ ଜାଣିହେବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ତୃତୀୟ ଲହର ଆସିବା ପୂର୍ବରୁ ଆଗୁଆ ଜାଣି ହେବ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା। ତେଣୁ ତୃତୀୟ ଲହର ମଧ୍ୟ ଓଡ଼ିଶାକୁ ଆସିବା ପୂର୍ବରୁ ଜାଣିହେବ ବୋଲି ଆଶା କରାଯାଉଛି। ତେବେ ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ। ଏଥିସହିତ ସେ କହିଛନ୍ତି ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି। ବେଳେ ବେଳେ ଅପଡାଉନ ହେଉଛି। ସଂକ୍ରମଣ ବଢ଼ିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

ସେପଟେ ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଏବଂ କେତେଜଣ ଗୁରୁତର ହେଉଛନ୍ତି ସେ ନେଇ ଅନୁଧ୍ୟାନ ଚାଲୁଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।