ୟୁଜି ଓ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ, ପିଲାଙ୍କ ଦାୟିତ୍ୱ ନେବେ ଅଧ୍ୟାପକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରୀକ୍ଷା ନେଇ କୁଳପତି ଏବଂ ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଛନ୍ତି। ଅନଲାଇନ ପରୀକ୍ଷା ପାଇଁ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତ ଥିବା ମନ୍ତ୍ରୀଙ୍କ ସୂଚନା। ଅଗଷ୍ଟ ସୁଦ୍ଧା ପରୀକ୍ଷା ସାରିବାକୁ ପୂର୍ବରୁ ନିଆଯାଇଥିଲା ନିଷ୍ପତ୍ତି।

ୟୁଜି ଓ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ମେଣ୍ଟରିଂ ସିଷ୍ଟମ ପାଇଁ କୁଳପତି ଏବଂ ଅଧ୍ୟକ୍ଷ ମାନଙ୍କୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ଯଦି ଗୋଟିଏ ବିଭାଗରେ ୩୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୪ ଜଣ ଅଧ୍ୟାପକ ଥିବେ ତେବେ ପ୍ରତି ୮ ଜଣ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ଅଧ୍ୟାପକ ନେଇ ଅନଲାଇନ ପରୀକ୍ଷା କାର୍ଯ୍ୟ ତୁଲାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଆଜିଠାରୁ ଅଧ୍ୟକ୍ଷମାନଙ୍କୁ ଦାୟିତ୍ୱ ଦିଆଯିବ। ଅନଲାଇନରେ ପରୀକ୍ଷା ଦେବା ପାଇଁ ସୁବିଧା ନଥିଲେ କଲେଜକୁ ଆସି ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ଅନଲାଇନରେ ଚଳିତ ବର୍ଷ ଯୁକ୍ତ ୩ ଶେଷ ସେମିଷ୍ଟର ଅବା ଷଷ୍ଠ ସେମିଷ୍ଟର ପରୀକ୍ଷା ଏବଂ ସ୍ନାତକର ଶେଷ ସେମିଷ୍ଟର ଅଥବା ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ। ଅଗଷ୍ଟ ସୁଦ୍ଧା ପରୀକ୍ଷା ସାରି ସେପ୍ଟେମ୍ବରରେ ଫଳାଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି।