ସୁରତ,ଏଜେନ୍ସି: ମାନହାନି ମାମଲାର ଶେଷ ବୟାନ ଦେବା ପାଇଁ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜୁରାଟରେ ପହଞ୍ଚିଛନ୍ତି। ରାହୁଲ ସୁରତ ମାଜିଷ୍ଟ୍ରେଟ କୋର୍ଟରେ ହାଜିର ହେବେ।
ସୂଚନା ଅନୁସାରେ ଲୋକସଭା ନିର୍ବାଚନ ସମୟରେ ରାହୁଲ ‘ମୋଦୀ’ ସାଙ୍ଗ୍ୟାକୁ ନେଇ ବିବାଦୀୟ ଭାଷଣ ଦେଇଥିଲେ। ଏହାକୁ ନେଇ ଗୁଜୁରାଟର ଏକ ବିଧାୟକ ତାଙ୍କ ନାମରେ ମାନହାନି ମାମଲା ରୁଜୁ କରିଥିଲେ। ରାହୁଲ ଏକ ନିର୍ବାଚନୀ ଜନସଭାରେ ଭାଷଣ ଦେଇଥିଲେ ଯେ ‘ସବୁ ମୋଦୀ ଚୋର’। ଏହା ପରେ ବିଧାୟକ ପୁନେଶ ମୋଦୀ ଅପ୍ରେଲ ୨୦୧୯ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଇପିସି-୪୯୯ ଓ ୫୦୦ରେ ମାମଲା ଦାଏର କରିଥିଲେ।
ଏହି ଘଟଣାରେ ସୁରତ କୋର୍ଟର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଏଏନ ଦବେ ଏକ ସପ୍ତାହ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ କୋର୍ଟରେ ହାଜିର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।