ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ଦୁଇ ଦିନିଆ କୋଚି ଓ କରୱାର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କୋଚି ଓ କରୱାରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ରାଜନାଥ ସିଂ। କୋଚି ଗସ୍ତରେ ସେଠାରେ ଚାଲିଥିବା ସ୍ବଦେଶୀ ବିମାନ ପରିବହନକାରୀ (ଆଇଏସି) ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବେ ରାଜନାଥ ସିଂ। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜନାଥ ସିଂ।