ସବୁ ରାଜ୍ୟ ବୋର୍ଡ ନିଜର ମୂଲ୍ୟାୟନ ପ୍ରଣାଳୀ ପ୍ରସ୍ତୁତ କରିବେ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନ ପ୍ରଣାଳୀକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଥିବା ବେଳେ ଆଜି ଏହାର ଶୁଣାଣି ହୋଇଛି। ଦେଶର ଭିନ୍ନ ଭିନ୍ନ ଶିକ୍ଷା ବୋର୍ଡ ପାଇଁ ଏକକ ମୂଲ୍ୟାୟନ ପ୍ରଣାଳୀ ପ୍ରସ୍ତୁତ କରିବା ଅସମ୍ଭବ। ତେଣୁ ଏକକ ମୂଲ୍ୟାୟନ ପ୍ରଣାଳୀ ଆପଣାଇବା ପାଇଁ ଆଦେଶ ଦେଇ ହେବନି। ସୁପ୍ରିମକୋର୍ଟରେ ଜଷ୍ଟିମ ଏମ ଖାଲବିଲକର ଓ ଜଷ୍ଟିସ ଦିନେଶ ମହେଶ୍ୱରୀ ଭେକେସନ ବେଞ୍ଚରେ ଏହା କହିଛନ୍ତି। ଏଥିସହିତ ଜଷ୍ଟିସ ଖାଲବିଲକର କହିଛନ୍ତି କି, ସମସ୍ତ ବୋର୍ଡକୁ ନିଜର ମୂଲ୍ୟାୟନ ପ୍ରଣାଳୀ ପ୍ରସ୍ତୁତ କରିବାକୁ ହେବ। ଏଥିସହିତ ୧୦ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ।

ସୂଚନା ଅନୁସାରେ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବାକୁ ଦାବି ଥିବା ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକକ ମୂଲ୍ୟାଙ୍କନ ପାଇଁ କହିଥିଲେ। ଅଧିକାଂଶ ଶିକ୍ଷା ବୋର୍ଡ ସେମାନଙ୍କ ପରୀକ୍ଷା ବାତିଲ କରିଥିବାବେଳେ ସାରା ଦେଶରେ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ାଇବା ପାଇଁ ଏକକ ମୂଲ୍ୟାଙ୍କନ ବ୍ୟବସ୍ଥା ଗଠନ କରିବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ।