ରାୟପୁର,ଏଜେନ୍ସି: ଉତ୍ତର ପ୍ରଦେଶ ବାଲଘାଟ ନିକଟ ଜଙ୍ଗଲରୁ ନକ୍ସଲ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଦମ୍ପତିଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି। ଏନେଇ ପୁଲିସ ଅଧୀକ୍ଷକ ଶାଲାବ କୁମାର ସିହ୍ନା ସୂଚନା ଦେଇଛନ୍ତି।
ଏନେଇ ସେମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ନଗଦ ଟଙ୍କା ଜବତ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ପୁଲିସ ଅଧୀକ୍ଷକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଏକ ବଡ଼ ନେଟୱାର୍କ ବିଷୟରେ ପୁଲିସକୁ ସୂଚନା ଦେଇଛନ୍ତି। ଛତିଶଗଡ଼ ପ୍ରଶାସନ ସହ କାମ କରିବାକୁ ଏବଂ ସେମାନଙ୍କ ସହଯୋଗ କରିବାକୁ ଚାହୁଁଥିବାରୁ ଦୁହେଁ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆମକୁ ଏକ ବୃହତ ନେଟୱାର୍କ ବିଷୟରେ କହିଛନ୍ତି ତେଣୁ ଭବିଷ୍ୟତର କାର୍ଯ୍ୟକଳାପକୁ ରୋକିବା ପାଇଁ ଆମେ ଅନ୍ୟ ସଦସ୍ୟଙ୍କୁ ଖୋଜୁଛୁ।