କରୋନାରେ ଆଉ ୪୪ ଜଣ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୈନିକ ସଂକ୍ରମଣ ଉପର ଓ ତଳମୁହାଁ ରହୁଥିବାବେଳେ ମୃତ୍ୟୁହାର କମିବାର ନାଁ ଧରୁନି। କରୋନାରେ ଦୈନିକ ୪୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ କରୋନାରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଥିବାବେଳେ କଟକ ଓ ବରଗଡରୁ ୫ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଓ ପୁରୀରୁ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ନୟାଗଡ଼, ସମ୍ବଲପୁର ଜିଲ୍ଲାରୁ ୨ଜଣ ଲେଖାଏଁ ଜୀବନ ହରାଇଛନ୍ତି। ଭଦ୍ରକ, ବୌଦ୍ଧ, ଢେଙ୍କନାଳ, ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି।