ପୁଡୁଚେରୀ,ଏଜେନ୍ସି: ବିଜେପି ବିଧାୟକ ଏମ୍ବାଲମ ଆର ସେଲଭମ ଆଜି ପୁଡୁଚେରି ବିଧାନସଭାର ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସେଲଭମ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ସହିତ ମାନାଭେଲି ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି। ସୋମବାର ଦିନ କେନ୍ଦ୍ର ସରକାର ୩ ଜଣ ବିଜେପି ସଦସ୍ୟଙ୍କୁ ପୁଡୁଚେରି ବିଧାନସଭାକୁ ମନୋନୀତ କରିଥିଲା। କେ ଭେଙ୍କଟେସନ, ଭିପି ରାମଲିଙ୍ଗମ ଓ ଆରବି ଅଶୋକ ବାବୁଙ୍କୁ ମନୋନୀତ କରାଯାଇଥିଲା। କେନ୍ଦ୍ର ଶାସିତ ଅଞ୍ଚଳ ଆକ୍ଟ ୧୯୬୩ ଅନୁସାରେ ଗୃହମନ୍ତ୍ରୀ ଏହି ୩ ଜଣଙ୍କୁ ମନୋନୀତ କରିଥିଲେ।
ପୁଡୁଚେରି ବିଧାନସଭା ନିର୍ବାଚନ ପାଇଁ ଥିବା ଦଳ ଗୁଡ଼ିକ ହେଉଛି ଅଲ ଇଣ୍ଡିଆ ଏନଆର କଂଗ୍ରେସ୍(ଏଆଇଏନଆରସି), ଭାରତୀୟ ଜନତା ପାର୍ଟି(ବିଜେପି) ଓ ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ଼ ମୁନେତ୍ର କାଜାଗମ୍(ଏଆଇଏଡିଏମକେ)।