ଗୋ’ ହତ୍ୟାକାରୀଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ

ଝାରସୁଗୁଡା,ଏନ୍ଏନ୍ଏସ୍: ଲଇକେରା ଥାନା ଅଞ୍ଚଳରେ ଗୋରୁ ହତ୍ୟା କରିଥିବା ୪ ଜଣ ଯୁବଙ୍କୁ କଙ୍ଗାରୁ କୋର୍ଟ ବସାଇ ଗ୍ରାମବାସୀମାନେ ଦଣ୍ଡ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ଜୁନ୍ ୭ ତାରିଖ ରାତିରେ ୪ ଜଣ ଯୁବକ ଗୋଟିଏ ବଳଦକୁ ହତ୍ୟା କରିଥିଲେ। ଏବିଷୟରେ ଗ୍ରାମବାସୀମାନେ ଜାଣିବା ପରେ ଗୋ ମାଂସ ଚାଲାଣ ପାଇଁ ଏହି ଯୁବକମାନେ ଗାଁ’ର ଗାଈ ଗୋରୁଙ୍କୁ ହତ୍ୟା କରୁଥିବା ସନ୍ଦେହ କରିଥିଲେ।

ଏହାପରେ ଗାଁ’ର ପୁରୁଣା ପ୍ରଣାଳୀ (କଙ୍ଗାରୁ କୋର୍ଟ)ରେ ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିଛନ୍ତି। କଙ୍ଗାରୁ କୋର୍ଟର ନିଷ୍ପତି ଅନୁଯାୟୀ, ଗାଈ ଗୋରୁଙ୍କ ବେକରେ ଯେପରି ରଶି ଲଗାଯାଏ ଠିକ ସେହିପରି ଏହି ଯୁବକଙ୍କ ବେକରେ ରଶି ଲଗାଇ ସେମାନଙ୍କୁ ଗାଁ ଦାଣ୍ଡରେ ବୁଲାଯାଇଛି। ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।