ଆନ୍ଧ୍ର ରାଜ୍ୟପାଳଙ୍କ ଦ୍ୱାରା ବିଧାନ ପରିଷଦକୁ ୪ ସଦସ୍ୟ ମନୋନୀତ

ଅମରାବତୀ,ଏଜେନ୍ସି: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜି ୪ ଜଣ ସଦସ୍ୟଙ୍କୁ ବିଧାନ ପରିଷଦକୁ ମନୋନୀତ କରିଛନ୍ତି। ଏହି ସଦସ୍ୟଙ୍କ ମଧ୍ୟରେ ଥୋଟା ଥ୍ରିମୁରଥୁଲୁ, ଲିଲା ଆପି ରେଡ୍ଡୀ, କୋୟେ ମୋଶେନୁ ରାଜୁ ଓ ରମେଶ ଯାଦବ ରାଜାଗୋଲା ଅଛନ୍ତି। ଏହି ସମସ୍ତ ସଦସ୍ୟ ୱାଇଏସଆର କଂଗ୍ରେସ ପାର୍ଟିର।

ବିଧାନସଭା ପରିଷଦର ୪ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ୍ ୧୧ ତାରିଖରେ ଶେଷ ହେଉଥିବାରୁ ଏମାନଙ୍କୁ ତାଙ୍କ ସ୍ଥାନ ପାଇଁ ମନୋନୀତ କରାଯାଇଛି। ତେବେ ବିଦାୟୀ ସଦସ୍ୟ ହେଲେ ଟିଡି ଜନାର୍ଦ୍ଦନ, ସାମନ୍ତା କାମାନି, ବେଡା ରବିଚନ୍ଦ୍ର ଓ ଗୋୱିନଭାରି ଶ୍ରୀନିବାସୁଲୁ।