ବିଶ୍ୱ କ୍ରିକେଟ ଟେଷ୍ଟ ଚାମ୍ପିଅନସିପ ଫାଇନାଲ: ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ଜୁନ ୧୮ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସାଉଥମ୍ପଟନର ରୋଜ ବୋଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଭାରତ ମଙ୍ଗଳବାର ଦିନ ୧୫ ଜଣିଆ ଦଳ ଘୋଷଣା କରିଛି।

ଚେତେଶ୍ୱର ପୂଜାରା ଟପ୍ ଅର୍ଡରେ ରହିଥିବା ବେଳେ ଅଧିନାୟକ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ମଧ୍ୟମ ଅର୍ଡର ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଚୂଡାନ୍ତ ଦଳ- ରୋହିତ ଶର୍ମା, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ( ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ ( ୱିକେଟ କିପର), ରିଦ୍ଧିମାନ ସାହା ( ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମ୍ମି, ଉମେଶ ଯାଦବ, ମହମ୍ମଦ ସିରାଜ।