ଇସ୍ରାଏଲ ଦୂତାବାସ ବିସ୍ଫୋରଣ, ଏନଆଇଏ ହାତରେ ଲାଗିଲା ୨ ସନ୍ଦିଗ୍ଧଙ୍କ ଫଟୋ

ନୂଆଦିଲ୍ଲୀ,ଏଜେନ୍ସି: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଯାଞ୍ଚ କରୁଥିବା ଏନଆଇଏ ହାତରେ ଲାଗିଛି ବଡ ସଫଳତା। ସାମ୍ନାକୁ ଆସିଛି ଏହି ମାମଲା ସହ ଜଡିତ ୨ ସନ୍ଦିଗ୍ଧଙ୍କ ଛବି।

ଗତ ଜାନୁଆରୀ ୨୯ରେ ଇସ୍ରାଏଲ୍ ଦୂତାବାସ ବାହାରେ ବିସ୍ଫୋରଣ ପରେ ଏନଆଇଏ ଏହାର ତଦନ୍ତ ଭାର ହାତକୁ ନେଇଥିଲା। ବର୍ତ୍ତମାନ ଏହି ଘଟଣାରେ ଦୁଇଜଣ ସନ୍ଦିଗ୍ଧଙ୍କ ଫଟୋ ସିସିଟିଭିରେ ହୋଇଛି କଏଦ। ୨୯ ଜାନୁଆରୀ ସନ୍ଧ୍ୟାରେ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ପ୍ରାୟ ୫-୬ ଗାଡି କ୍ଷତିଗ୍ରସ୍ତ ହୋଇଥିଲା।

ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିଲେ। ବିସ୍ଫୋରଣ ସମୟରେ ଘଟଣାସ୍ଥଳରୁ ମାତ୍ର କିଛି ଦୂରରେ ଚାଲିଥିଲା ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମ। ଦେଶର ବଡ ବଡ ଭିଆଇପି ସେଠାରେ ଉପସ୍ଥିତ ଥିଲେ। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାର ତଦନ୍ତ କରୁଛି। ଦିଲ୍ଲୀ ପୁଲିସ ଏଫ୍ଆଇଆର୍ ଏବଂ ସମସ୍ତ ପ୍ରମାଣ ଏନଆଇଏକୁ ହସ୍ତାନ୍ତର କରିଛି।