ବିଜେଡି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୪୫ ୟୁନିଟ ରକ୍ତ ସଂଗ୍ରହ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ମଲାରପଦା ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଜଗନ୍ନାଥ ନାୟକ ଉଦଘାଟନ କରିଛନ୍ତି। ଏଥିରେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦାର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ପଟ୍ଟନାୟକ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା, ଜିଲ୍ଲା ଛାତ୍ର ଉପସଭାପତି ବିପ୍ଳବ କୁମାର ପୃଷ୍ଟି, ବ୍ଲକ ଉପାଧ୍ୟକ୍ଷା କିରଣବାଲା ସିଂ, ବ୍ଲକ ବିଜେଡି ଛାତ୍ର ସଭାପତି ପ୍ରଣବ ପହି, ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ନାୟକ ଓ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୪୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ରକ୍ତ ଭଣ୍ଡାରର ପିଆରଓ ଅୟୁଷ୍ମାନ ସାହୁ, ଟେକ୍ନିସିଆନ ଭାଗିରଥି ମହାକୁଡ଼, ନିର୍ମଳ ମହାନ୍ତ ଓ ଶଙ୍କର୍ଷଣ ନାୟକ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ମଲାରପଦା ପଂଚାୟତର ତରୁଣ ସେନ ନାୟକ, ଦିଲ୍ଲୀପ ସିଂ ଓ ସମୀର କୁମାର ବେହେରା ପରିଚାଳନାରେ ସହଯୋଗ କରିଥିଲେ।