ହାଇଦ୍ରାବାଦ,ଏଜେନ୍ସି: ତେଲେଙ୍ଗାନାରେ ବଢିଲା ଲକଡାଉନ ଅବଧି। ଲକଡାଉନକୁ ଆଉ ୧୦ ଦିନ ବଢାଇଲେ ତେଲେଙ୍ଗାନା ସରକାର। ତେବେ ସକାଳ ୬ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ କୋହଳ ରହିବ କଟକଣା।
ତେଲେଙ୍ଗାନା ରାଜ୍ୟ କ୍ୟାବିନେଟ ଜୁନ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଆଉ ୧୦ ଦିନ ପାଇଁ ଲକଡାଉନ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି। ସକାଳ ୬ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଲକଡାଉନ କଟକଣାକୁ କୋହଳ କରାଯାଇଛି ଏବଂ ଏକ ଘଣ୍ଟା ମଧ୍ୟରେ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳ ଫେରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ପୁଲିସକୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ରହିଛି।
ପୂର୍ବରୁ ତେଲେଙ୍ଗାନାରେ ସକାଳ ୬ଟାରୁ ପୂର୍ବାହ୍ଣ ୧ଟା ଯାଏଁ କଟକଣାକୁ କୋହଳ କରାଯାଇଥିଲା ଏବଂ ଆଉ ଏକ ଘଣ୍ଟା ସମୟ ଲୋକଙ୍କୁ ନିଜ ଘରକୁ ଫେରିବାକୁ ଦିଆଯାଇଥିଲା। କ୍ୟାବିନେଟ ସତୁପାଲି, ମଥିରା, ନଲାଗୋଣ୍ଡା, ନାଗାର୍ଜୁନ, ଦେବରକୋଣ୍ଡା, ମୁନୁଗୋଡା, ମିରଲାୟଗୁଡା ଆଦି ଅଞ୍ଚଳରେ ପୂର୍ବର ଲକଡାଉନ କଟକଣା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି।