ଜୟପୁର,ଏନ୍ଏନ୍ଏସ୍: ଜୟପୁର ଟାଉନ୍ ଥାନା ପୁଲିସ୍ ଦ୍ୱାରା ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ରିପୋର୍ଟ ମୁତାବିକ, ପୁଲିସ୍ ସୋମବାର ରାତିରେ ପାଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ନୂଆସାହିର ସନ୍ତୋଷ କୁମାର ମାର୍ଥା ଓ ପାଇଲ ସାହିର ଘାସି ନାୟକଙ୍କ ଘରେ ଚଢ଼ଉ କରିଥିଲା। ଉଭୟଙ୍କ ଘରୁ ବିଭିନ୍ନ ବ୍ରାଣ୍ଡର ୨୮୮ ବୋତଲ (୯୭ଲିଟର) ବିଦେଶୀ ମଦ ଜବତ କରିଥିଲା। ପରେ ବେଆଇନ ମଦ କାରବାର ଅଭିଯୋଗରେ ପୁଲିସ ସନ୍ତୋଷ ଓ ଘାସି ବିରୁଦ୍ଧରେ ୨ଟି ପୃଥକ ମାମଲା ରୁଜୁ କରି ଗିରଫ କରିବା ସହ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି।