ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ ରୋହିତଲାଲ ପଣ୍ଡାଙ୍କ ବଦଳି ହେବା ପରେ ନୂତନ ଜିଲ୍ଲା ଓ ଦୌରା ଜଜ୍ ଭାବେ ସୁଶ୍ରୀ ରେଖା ପ୍ରସାଦ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରାଧିକରଣର ଭାରପ୍ରାପ୍ତ ସଚିବ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଆଇନ ସେବା ପ୍ରାଧିକରଣର ସ୍ୱେଚ୍ଛାସେବୀ ତଥା ପ୍ରଶିକ୍ଷକ ଡା.ରଞ୍ଜନ କୁମାର ସ୍ୱାଇଁ, ଡା.ଆଶିଷ ରାଠୋର ପ୍ରମୁଖ ନୂତନ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରଧିକରଣର ଅଧ୍ୟକ୍ଷା ସୁଶ୍ରୀ ପ୍ରସାଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏଥିସହ ପ୍ରାଧିକରଣ ଜରିଆରେ ଆଗାମୀ ଦିନରେ କିଭଳି ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମମାନ ସମ୍ପାଦିତ ହୋଇପାରିବ ସେସମ୍ପର୍କରେ ଆଲୋଚନା କରିଥିଲେ।