ନୂଆଦିଲ୍ଲୀ, ଏଜେନ୍ସି: ଦେଶର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଉଦ୍ଦେଶ୍ୟରେ ଏହି ବଡ଼ ଘୋଷଣା କରିଛନ୍ତି ମୋଦୀ। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି। ଜୁନ ୨୧ ଠାରୁ ମାଗଣାରେ କେନ୍ଦ୍ର ଟିକା ଯୋଗାଇଦେବ। ଏଥିପାଇଁ ରାଜ୍ୟମାନଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବନି। ଉତ୍ପାଦିତ ଟିକାର ୭୫ ପ୍ରତିଶତ ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁ ଲୋକମାନେ ଚାହିଁବେ ସେମାନେ ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା କିଣି ନେଇପାରିବେ। ଘରୋଇ ହସ୍ପିଟାଲମାନେ ୧୫୦ ଟଙ୍କା ସର୍ଭିସ ଚାର୍ଜ ରଖି ଟିକା ଦେବେ। ଏହି ଘରୋଇ ହସ୍ପିଟାଲ ଉପରେ ରାଜ୍ୟ ନଜର ରଖିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।