ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲୋଇସିଂ ପଞ୍ଚାୟତ ଅନ୍ତର୍ଗତ ଏକ ଗାଁରେ ବାଲ୍ୟ ବିବାହ ହେବାକୁ ଥିବାବେଳେ ଏହାକୁ ଚାଇଲ୍ଡ ଲାଇନ, ପୁଲିସ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମିଳିତ ଉଦ୍ୟମରେ ବନ୍ଦ କରାଯାଇଛି। ସୂଚନା ଅନୁସାରେ ଲୋଇସିଂ ପଞ୍ଚାୟତରେ ବାଲ୍ୟ ବିବାହ ହେବାନେଇ ଗତକାଲି ଚାଇଲ୍ଡ ଲାଇନକୁ ଖବର ମିଳିବା ପରେ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା, ସିଡିପିଓ ଗ୍ରାମାଞ୍ଚଳ ସୁପ୍ରଭା ମହାପାତ୍ର, ସୁପରଭାଇଜର ବରୁଣୀ ସା, ଚାଇଲ୍ଡ ଲାଇନ ସଦସ୍ୟା ଟିକେଶ୍ୱରୀ ପଟେଲ, ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ଏବଂ ଲୋଇସିଂ ସରପଞ୍ଚ ନାବାଳିକାର ଘରକୁ ଯାଇ ବାଲ୍ୟବିବାହ ବନ୍ଦ କରିବା ପାଇଁ ବୁଝାଇଥିଲେ । ଶ୍ରୀ ପଣ୍ଡା ବାଲ୍ୟ ବିବାହ ନିଷେଧ ଆଇନ ଏବଂ ବାଲ୍ୟବିବାହର କୁପରିଣାମ ବିଷୟରେ କହିଥିଲେ। ନାବାଳିକାର ପରିବାର ବର୍ଗ ଆଇନ ବିଷୟରେ ବୁଝିବା ପରେ ବିବାହକୁ ବନ୍ଦ କରିବା ପାଇଁ ରାଜି ହେବାସହ ତାଙ୍କୁ ୧୮ ବର୍ଷ ପୂରଣ ହେଲେ ବିବାହ କରିବୁ ବୋଲି ରାଜିନାମା ପତ୍ର ଦାଖଲ କରିଛନ୍ତି।