୧୨ରୁ ୧୫ ବର୍ଷର ପିଲାଙ୍କ ଲାଗି ଫାଇଜର ଭ୍ୟାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ବ୍ରିଟେନର ରେଗୁଲେଟର ଫାଇଜର-ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକ୍ସିନକୁ ୧୨ରୁ ୧୫ ବର୍ଷ ପିଲାଙ୍କୁ ଲଗାଇବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଫାଇଜର-ବାୟୋଏନଟେକ୍ ଭ୍ୟାକ୍ସିନ ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ସୁରକ୍ଷିତ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ପରେ ଜଣାପଡ଼ିଥିବା ବ୍ରିଟେନର ଔଷଧ ରେଗୁଲେଟର କହିଛି। ଆମେରିକୀୟ ଓ ୟୁରୋପୀୟ ୟୁନିୟନ ତରଫରୁ ଫାଇଜର ଭ୍ୟାକ୍ସିନକୁ ନେଇ ପୂର୍ବରୁ ମଧ୍ୟ ଏପରି ଆକଳନ କରାଯାଇଥିଲା।