‘ଉରି’ ନିର୍ଦ୍ଦେଶକଙ୍କୁ ବାହା ହେଲେ ୟାମି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧେରଙ୍କୁ ବିବାହ ରଚି ସଭିଙ୍କୁ ଚକିତ କରି ଦେଇଛନ୍ତି। ୟାମି ଇନଷ୍ଟାଗ୍ରାମରେ ଫଟୋ ସମସ୍ତଙ୍କୁ ବିବାହ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଏହି ବିବାହରେ କିଛି ସମ୍ପର୍କୀୟ ଓ ବନ୍ଧୁ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଦିତ୍ୟ ‘ଉରି’ ଭଳି ଏକ ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ‘ଉରି’ ଫିଲ୍ମରେ ୟାମି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।