ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ ଟିମ୍ ଏସଟିଏଫର ଚଢ଼ଉ। ଚଢ଼ଉ ବେଳେ ୩ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ କେଜି ଓଜର ବ୍ରାଉନସୁଗାର ଜବତ ହୋଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏନେଇ ଏସଟିଏଫ ଅଧିକ ଖୋଳତାଡ଼ ଜାରି ରଖିଛି।