ଘରୋଇ ସ୍କୁଲ ଫି’ରେ ୧୫ ପ୍ରତିଶତ ଛାଡ଼ ନିର୍ଦ୍ଦେଶ

ଭୁବନେଶ୍ୱର,ଏଜେନ୍ସି: ଘରୋଇ ସ୍କୁଲ ୧୫ ପ୍ରତିଶତ ଫି’ ଛାଡ଼ କରିବେ। କରୋନା ସମୟରେ ଘରୋଇ ସ୍କୁଲ ଫି’ ଛାଡ଼ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଯେଉଁ ବିଦ୍ୟାଳୟ ଗୁଡ଼ିକ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିବେ ସେମାନଙ୍କ ଫି’ରେ କୌଣସି ପରିବର୍ତ୍ତନ ହେବ ନାହିଁ।

ସେହିପରି ଯେଉଁମାନେ ଏମଓୟୁ ସ୍ୱାକ୍ଷର କରିନଥିବେ ସେମାନେ ୧୫ ପ୍ରତିଶତ ସ୍କୁଲ ଫି’ ଛାଡ଼ କରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ୨୦୧୯-୨୦ ଶିକ୍ଷା ବର୍ଷରେ ସ୍କୁଲ ଫି’ର ୧୫ ପ୍ରତିଶତ କମ୍ ଚଳିତ ଥର ଆଦାୟ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ସେହିପରି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସ୍କୁଲ ଦେୟ ଦାଖଲ କରିସାରିଛନ୍ତି, ସେମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ ବୋଲି କୁହାଯାଇଛି।